
|
|

|
ପରମ୍ପରାଗତ ଜ୍ଞାନ
ରାଷ୍ଟ୍ରୀୟ ଜ୍ଞାନ ଆଯ଼ୋଗ ଏବେ ପରମ୍ପରାଗତ ଜ୍ଞାନର କ୍ଷେତ୍ରର ଏଇସବୁ ବିଷୟ ନେଇ ଆଲୋଚନା କରୁଛି :
- ଆମର ପରମ୍ପରାଗତ ଜ୍ଞାନର ପ୍ରୟୋଗ ଓ ଏହି ବିଷୟରେ ତଥ୍ୟାୟନର ମୂଳ ଆଧାର ଓ ତାର ନୀତି ସମୂହ – ବିଶେଷକରି ଆମର ସୃଜନଶୀଳ, ସାଂସ୍କୃତିକ ଓ ଐତିହ୍ୟ ନିର୍ଭର ବ୍ୟବସାୟର କ୍ଷେତ୍ରରେ.
- ଆର୍ୟୁବେଦ, ଉନାନୀ, ସିଦ୍ଧ ଓ ତିବତ୍ତୀ ପରମ୍ପରା (ସମସ୍ତ ତଥ୍ୟାୟାନ) ଏହିସବୁ ଭେଷଜ ଔଷଧ ଆମ୍ଭେ ପାଇଛୁ ଏହାର ସଂଖ୍ୟା ହେବ ପ୍ରାୟ ୪୦,୦୦୦ ଏବଂ ତଥ୍ୟାୟାନହୀନ ଉପଜାତୀୟ ଚିକିତ୍ସା ପଦ୍ଧତିର ଐତିହ୍ୟ ରହିଛି ସେ ବିଷୟରେ ଜାଣିବା.
- ପରମ୍ପରାଗତ କୃଷି ପଦ୍ଧତି ସମୂହ ଏହାର ୪୫୦୨ଟି ନେଇ ICAR ଏକାଧିକ ଗ୍ରନ୍ଥର ମାଧ୍ୟମରେ ତଥ୍ୟପଞ୍ଜି ପ୍ରସ୍ତୁତ କରିଛି ଏହା ମଧ୍ୟରେ ଡିସେମ୍ବର ୨୦୦୫ ମସିହାରେ ୮୬ ଟି ପ୍ରର୍ଯ୍ୟାପ୍ତ ବୈଧତା ପ୍ରମାଣିତ ହୋଇଛି ଏବଂ ୩୮ଟିର ବିସ୍ତାରିତ ଆନ୍ତର୍କ୍ଷେତ୍ରୀୟ ବୈଧତା ପ୍ରମାଣ ଶେଷ ହୋଇଛି.
- ଆମର ରନ୍ଧନ କାର୍ଯ୍ୟର କେଉଁ ୧୫୦ ଧରଣର ତଥ୍ୟାୟିତ ପରିବା ବ୍ୟବହାର କରାହୁଏ ତାର ଖାଦ୍ୟଗୁଣ ଓ ଏ ବିଷଯ଼ରେ ଅନ୍ୟାନ୍ୟ ତଥ୍ୟ ଏପରି ରହିଛି, ସେହିପରି ଅଛି ପ୍ରାୟ ସମାନ ସଂଖ୍ୟକ ଫଳମୂଳର ବିଷୟରେ.
- ସଂସ୍କୃତି ନିର୍ଭର ପର୍ଯ୍ୟଟନ ଏବଂ ତାର ଉପଜାତୀୟ ଶିଳ୍ପକଳା କେନ୍ଦ୍ରଗୁଡ଼ିକକୁ ଚିହ୍ନଟ କରିବା, ସ୍ଥାନୀୟ ଓ ପାରମ୍ପରିକ ଅଭିନୟ କଳାକୁ ଉତ୍ସାହଦାନ ଏବଂ ଦେଶରେ ଏହିସବୁ ଅସାଧାରଣ ସ୍ଥାନ ଓ ଘଟଣାବଳୀ ପରମ୍ପରାକ୍ରମେ ଚଳି ଆସିଛି – ସେଗୁଡ଼ିକୁ ସାଂସ୍କୃତିକ ପର୍ଯ୍ୟଟନ ପାଇଁ କାର୍ଯ୍ୟରେ ଲଗାଇବା.
- ପରମ୍ପରାଗତ ଜଳ – ସେଚ ପଦ୍ଧତି ଏହାର ସମୁଚିତ ତଥ୍ୟାୟାନ ଇତି ମଧ୍ୟରେ କରା ହୋଇଛି. ବିଶେଷକରି ସି.ଏସ୍.ଇ (CSE), ନୂଆଦିଲ୍ଲୀ ଦ୍ୱାରା ପ୍ରକାଶିତ ଗୋଟିଏ ଗ୍ରନ୍ଥରେ.
- ଆମ୍ଭର ପରମ୍ପରାଗତ ଦ୍ରବ୍ୟ, ପରିଷେବା ଓ ଶିଳ୍ପକଳା ଏବଂ ଉପରୋକ୍ତ ଶ୍ରେଣୀର ମଧ୍ୟରେ ଅନ୍ତର୍ଭୁକ୍ତ ନୁହେଁ.
ଦେଖାଯାଇଛି ଯେ, ଯଦି ଆମ୍ଭର ସାଂସ୍କୃତିକ, ସୃଜନଶୀଳ ଓ ଐତିହ୍ୟମୟ ଗତିବିଧିଗୁଡ଼ିକ ଗୋଟିଏ ନିୟମନିଷ୍ଠ ବାଣିଜ୍ୟିକ ପ୍ରୟୋଗ ଆଣିବାରେ ଏହି ମାଧ୍ୟମ ଅନ୍ତତଃ ୧୦ କୋଟି ମନୁଷ୍ୟର ଜୀବିକାର ସଂସ୍ଥାନ ହେବ ଏବଂ ଏଥିପାଇଁ କାର୍ଯ୍ୟପକ୍ଷେ ଛଅ ଲକ୍ଷ କୋଟି ଟଙ୍କାର ବାର୍ଷିକ ଆୟ ହୋଇପାରେ.
|
|
|