ରାଷ୍ଟ୍ରୀୟ ଜ୍ଞାନ ଆୟୋଗ
ଭାରତ ସରକାର
  


ନୂଆ
ଭାରତ ଶକ୍ତି ପୋର୍ଟାଲ୍
ଭାରତ ଜଳ ପୋର୍ଟାଲର
ନୂଆ ଅନୁମୋଦନସମୂହ

  ଭାଷା
  English
  हिन्दी
  বাংলা
  മലയാളം
  অসমীয়া
  ಕನ್ನಡ
  ارد و
  தமிழ்
  नेपाली
  মণিপুরী
  ગુજરાતી
କୈନ୍ଦ୍ରିକ କ୍ଷେତ୍ରସମୂହ | ବିଜ୍ଞାନ ଏବଂ ଟେକ୍ନୋଲୋଜୀ

ବିଜ୍ଞାନ ଏବଂ ଟେକ୍ନୋଲୋଜୀ

ବିଜ୍ଞାନ ଏବଂ ଟେକ୍ନୋଲୋଜୀର ବିକାଶ ଲୋକମାନଙ୍କର ଆର୍ଥିକ ଓ ସାମାଜିକ ଉତଥାନ ପାଇଁ ଆବଶ୍ୟକ ଅଟେ. ବିଜ୍ଞାନ ଏବଂ ଟେକ୍ନୋଲୋଜୀ କ୍ଷେତ୍ରରେ ନେତୃତ୍ବ ହାସିଲ କରିବା ଜ୍ଞାନର ସୃଜନା ଏବଂ ଉପଯୋଗର ପ୍ରକ୍ରିୟାର ଅଭିନ୍ନ ଅଙ୍ଗ ଅଟେ. ବିଜ୍ଞାନ ଏବଂ ଟେକ୍ନୋଲୋଜୀରେ ପ୍ରଗତି ଉଦ୍ଦ୍ଯୋଗଗୁଡ଼ିକ ପାଇଁ ନୂତନ ପଥ ଖୋଲି ପାରେ ଏବଂ ଏହା ଭାରତ ପରି ବିକାଶଶୀଳ ଦେଶରେ ଜ୍ଞାନ ଆଧାରିତ ମହତ୍ତ୍ୱପୂର୍ଣ୍ଣ ସେବା ପ୍ରଦାନ କରିବା ପାଇଁ ଏକ ଉପାୟ ଅଟେ.

ଆନ୍ତର୍ଜାତୀୟ କ୍ଷେତ୍ରରେ ସବୁଠୁ ଆଗକୁ ରହିବା ପାଇଁ ଏହା ଜରୁରୀ ଅଟେ ଯେ, ଭାରତ ବିଜ୍ଞାନ ଏବଂ ଶିଳ୍ପ ବିଜ୍ଞାନ କ୍ଷେତ୍ରରେ ନେତୃତ୍ୱ ହାସଲ କରୁ. ଦେଶ ମଧ୍ୱରେ ଚାଲୁଥିବା ଅନୁସନ୍ଧାନ କାର୍ଯ୍ୟକଳାପଗୁଡ଼ିକର ସୀମା ଏବଂ ପରିମାଣ ବୃଦ୍ଧି କରିବା ପାଇଁ ଆହୁରି ଅଧିକା ପ୍ରୟାସ କରିବାକୁ ହେବ. ଅନୁସନ୍ଧାନ ଏବଂ ବିକାଶ କାର୍ଯ୍ୟକଳାପଗୁଡ଼ିକରେ ସୁଧାର ଆଣିବା ପାଇଁ ବିଭିନ୍ନ ଉପାୟ ଆପଣେଇ ଦେଶରେ ଅନୁସନ୍ଧାନ କାର୍ଯ୍ୟକଳାପଗୁଡ଼ିକର ସୀମା ସୁଧାରିବା ମଧ୍ୟ ଜରୁରୀ ଅଟେ.

ରାଷ୍ଟ୍ରୀୟ ଜ୍ଞାନ ଆୟୋଗର କେତେକ ପରିଣାମ ବିଚାରଧିନ, ଯଥା :
  • ଅନୁସନ୍ଧାନ ପାଇଁ ଅର୍ଥ ପ୍ରାପ୍ତରେ ଆସୁଥିବା ବାଧାଗୁଡ଼ିକର ଚିହ୍ନଟ ଏବଂ ସେଗୁଡ଼ିକୁ ଦୂର କରିବା.
  • ବିଜ୍ଞାନ ଏବଂ ଟେକ୍ନୋଲୋଜୀରେ କିଛି ପ୍ରମୁଖ ଅସମାଧିତ ସମସ୍ୟାଗୁଡ଼ିକର ଚିହ୍ନଟ, ଯେଉଁଠି ଭାରତ ଅନୁସନ୍ଧାନ ଏବଂ ବିକାଶରେ ମହତ୍ତ୍ୱପୂର୍ଣ୍ଣ ନେତୃତ୍ବ ନେବାର ଭୂମିକା ତୁଲାଇ ପାରିବ.
  • ବିଜ୍ଞାନ ଏବଂ ଟେକ୍ନୋଲୋଜୀରେ ଭବିଷ୍ୟତରେ ମହତ୍ତ୍ୱପୂର୍ଣ୍ଣ ହେବାପରି ଅନ୍ତର୍ବିଭାଗୀୟ କ୍ଷେତ୍ରଗୁଡ଼ିକର ଚିହ୍ନଟ ଓ ସେଗୁଡ଼ିକର ଅଧ୍ୟୟନର ବ୍ୟବସ୍ଥା କରିବା
  • ବିଜ୍ଞାନ ଏବଂ ଟେକ୍ନୋଲୋଜୀର ବ୍ୟବହାର ବିକାଶ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ସାଧନ କରିବା ଓ ଗରିବ ତଥା ବଞ୍ଚିତ ଶ୍ରେଣୀର ସମସ୍ୟାସବୁକୁ ସମାଧାନ କରିବା ପାଇଁ ବିଜ୍ଞାନ ଏବଂ ଟେକ୍ନୋଲୋଜୀର ବ୍ୟବହାରକୁ ବୃଦ୍ଧି କରିବା.

More Science and Technology links: ପରାମର୍ଶ