
|
|

|
ପୋର୍ଟାଲସମୂହ
ୱେବ୍ ପୋର୍ଟାଲ୍ ବାସ୍ତବରେ ଏକ ୱେବସାଇଟ୍ ଓ ଏପରି ଏକ ସେବା ଅଟେ ଯାହାଦ୍ୱାରା କି ଯେକୌଣସି ବିଷୟରେ ସମସ୍ତ ସୂଚନା ଗୋଟିଏ ଯାଗାରେ ସୁଲଭ ହୋଇଯାଏ ଓ ବ୍ୟବହାରକାରୀମାନେ ଗୋଟିଏ ଜାଗାରେ କେସ୍ ଷ୍ଟଡ଼ିଜ୍, ଇ-ମେଲ୍ ଗୋଷ୍ଠୀ, ଫୋରମସ୍ ଏବଂ ସର୍ଚ୍ଚ ଇଞ୍ଜିନ୍ ପରି ବିଭିନ୍ନ ସ୍ରୋତ ଆଉ ସେବାଗୁଡ଼ିକୁ ରଚନା କରିପାରିବେ ଆଉ ସେଗୁଡ଼ିକୁ ପରସ୍ପର ସହିତ ବାଣ୍ଟି ପାରିବେ. ରାଷ୍ଟ୍ରୀୟ ଜ୍ଞାନ ଆୟୋଗ, ଏହା ମାନେ ଯେ ବିକେନ୍ଦ୍ରୀକରଣ, ସୂଚନାର ଅଧିକାର, ଜନ ଭାଗୀଦାରୀ ଆଉ ପାରଦର୍ଶିତା ତରଫରୁ ବଢ଼ୁଥିବା ପ୍ରୟାସକୁ ଏହି ଯୁଗରେ ସାର୍ବଜନୀକ ପୋର୍ଟାଲ୍ ପରି ସାଧନ ଏହା ସୁନିଶ୍ଚିତ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ସମ୍ପାଦନ କରିପାରିବ ଯେପରି ଅଧିକରୁ ଅଧିକ ଲୋକ ନିଜ ଅଧିକାରକୁ ଉପଯୋଗ କରିପାରିବେ.
ଏହି ବିଷଯ଼ରେ NKC କିଛି ପ୍ରମୁଖ କ୍ଷେତ୍ରରେ ସାର୍ବଜନୀକ ପୋର୍ଟାଲ୍ ସ୍ଥାପିତ କରିବାପାଇଁ ନିମ୍ନଲିଖିତ ପ୍ରକ୍ରିୟା ଗ୍ରହଣ କରିଛି :
- ବିଜୟୀ / ଅଗ୍ରଣୀ ସଂଗଠନ / ସମୂହର ଚିହ୍ନଟ
- ବିଜୟୀ ସଂଗଠନଗୁଡ଼ିକ ଦ୍ୱାରା ଆୟାଗର ବିବେଚନା ପାଇଁ ପ୍ରବେଶ ସ୍ଥାପତ୍ୟ ପାଇଁ ପ୍ରସ୍ତାବର ଉପସ୍ଥାପନ.
- ହିତଧାରକ ଏବଂ ଭାଗିଦାରୀର ଚିହ୍ନଟକରଣ କରିବା ଆଉ ପୋର୍ଟାଲର ପ୍ରବନ୍ଧ ପାଇଁ ଢାଞ୍ଚାର ବ୍ୟବସ୍ଥା କରିବା.
- ସାମଗ୍ରୀର ବିକାଶ
- ପୋର୍ଟାଲର ଶୁଭାରମ୍ଭ
ଭାରତ ଜଳ ପୋର୍ଟାଲର ବିକାସ ଏକ ସାର୍ବଜନୀକ ବଦାନ୍ୟ ଟ୍ରଷ୍ଟ ଅର୍ଘ୍ୟମ ଟ୍ରଷ୍ଟ କରୁଛି. ଜାନୁୟାରୀ ୨୦୦୬ ରେ ଆରମ୍ଭ କରାଯାଇଥିବା, ଏହାର ଶୁଭାରମ୍ଭ ଡିସେମ୍ବର ୨୦୦୬ ରେ ହୋଇଥିଲା.
ଜଳ ବିଭାଗ ସମ୍ବନ୍ଧରେ ସୂଚନା ଏବଂ ଜ୍ଞାନ ଭାଗ ପାଇଁ ପ୍ରବେଶ ଚାହେଁ ଗୋଟିଏ ଖୋଲା କ୍ଷେତ୍ର ତିଆରି କରିବାକୁ ପୋର୍ଟାଲର ମୌଳିକ ଲକ୍ଷ ହେଉଛି:
- ସଫଳ କୌଶଳ ଏବଂ ଅନୁଭବକୁ ଗମ୍ଭୀର ଭାବରେ କାର୍ଯ୍ୟରତମାନଙ୍କ ମଧ୍ୟରେ ବାଣ୍ଟିବା.
- ବିଭିନ୍ନ ହିତଧାରକମାନଙ୍କ ମଧ୍ୟରେ ସୂଚନା ପ୍ରବାହ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବା
- ଭାରତ ଶକ୍ତି ପୋର୍ଟାଲ୍ ସମତଳ ଭାବରେ ବିକଶିତ ହୋଇଚାଲିଛି. ଶକ୍ତି ପୋର୍ଟାଲର ମୂଖ୍ୟ କାର୍ଯ୍ୟକଳାପ ନିମ୍ନଲିଖିତ ବିଷୟଗୁଡ଼ିକୁ ଅନ୍ତର୍ଭୁକ୍ତ କରିପାରେ.
ଭାରତ ଶକ୍ତି ପୋର୍ଟାଲ୍ ସମତଳ ଭାବରେ ବିକଶିତ ହୋଇଚାଲିଛି. ଶକ୍ତି ପୋର୍ଟାଲର ମୂଖ୍ୟ କାର୍ଯ୍ୟକଳାପ ନିମ୍ନଲିଖିତ ବିଷୟଗୁଡ଼ିକୁ ଅନ୍ତର୍ଭୁକ୍ତ କରିପାରେ.
- ସ୍ରୋତଗୁଡ଼ିକର ଚିହ୍ନଟ ଓ ଶକ୍ତିର ମୌଳିକ ଦିଗଗୁଡ଼ିକ ବିଷୟରେ ଆବଶ୍ୟକ ଜ୍ଞାନ ପ୍ରଦାନ କରିବା.
- ତଥ୍ୟ ଓ ସୂଚନାଗୁଡ଼ିକୁ ବ୍ୟାପକ ରୂପେ ପ୍ରଦାନ କରିବା
- ସୂଚନାକୁ କୁଶଳ ଓ ପ୍ରଭାବକାରୀ ଢଙ୍ଗରେ ବାହାର କରିବାର ସୁବିଧା ପ୍ରଦାନ କରିବା.
- ଜ୍ଞାନର ଭଣ୍ଡାର ତିଆରି କରିବା ଓ ସେଥିରେ ନୂତନ ସୂଚନାଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା.
- ପରସ୍ପର ସଂପର୍କ ଓ ବିଚାରଗୁଡ଼ିକର ଆଦାନ ପ୍ରଦାନ ପାଇଁ ମଞ୍ଚ ପ୍ରଦାନ କରିବା.
ଭାରତ ପର୍ଯ୍ୟାବରଣ ପୋର୍ଟାଲ ତିଆରି କରିବାର ପ୍ରସ୍ତାବ ମଧ୍ୟ ବିଜ୍ଞାନ ଏବଂ ପର୍ଯ୍ୟାବରଣ କେନ୍ଦ୍ରଠାରୁ ପ୍ରାପ୍ତ ହୋଇଛି ଏବଂ ରାଷ୍ଟ୍ରୀୟ ଜ୍ଞାନ ଆୟୋଗ ଏହା ଉପରେ ବିଚାର କରୁଛି.
ଭାରତ ଶିକ୍ଷା ଓ ନାଗରିକ ଅଧିକାର ପୋର୍ଟାଲର ଉନ୍ନତି ଉପରେ ପ୍ରାଥମିକ କାର୍ଯ୍ୟ ଆରମ୍ଭ କରାଯାଇଛି. ଅଗ୍ରଣୀ ସଙ୍ଘଗୁଡ଼ିକ ମଧ୍ୟ ଚିହ୍ନିତ କରାଯାଇଛି.
|
|
|