
|
|

|
1. ଜ୍ଞାନାତ୍ମକ ନେଟଓ୍ବାର୍କ
ଦେଶରେ ଗୁଣାତ୍ମକ ତାଲିମପ୍ରାପ୍ତ ଯଥେଷ୍ଟ କର୍ମଚାରୀ ଉତ୍ପାଦନ ପରି, ଦାବି ପାଇଁ ପ୍ରସାରିତ ଶିକ୍ଷା ପ୍ରଣାଳୀ ଓ ସମ୍ପଦ ଆବଶ୍ୟକ. ଯେତେବେଳେ ଯଥେଷ୍ଟ ସଂଖ୍ୟାରେ ଉପଯୁକ୍ତ ଅନୁସନ୍ଧାନ ସୁବିଧା ସହିତ ଗୁଣାତ୍ମକ ଶିକ୍ଷାନୁଷ୍ଠାନ ଚାହିଦାର ସାଲିସ୍ କରାଯାଇପାରେ ନାହିଁ. ଏହା ବୁଝାଯାଏ ଯେ, ଏହି ଦାବି ସମ୍ପୂର୍ଣ୍ଣ ପାଇଁ ଗୋଟିଏ ଉପାୟ ହେଉଛି ଦେଶ ମଧ୍ୟରେ ସହଜପ୍ରାପ୍ୟ ଅବସ୍ଥିତ ଶିକ୍ଷା ଉପାଦାନ, ଉପକରଣ ଏବଂ ସୁବିଧା ସୁଯୋଗ ସ୍ୱଳ୍ପ ଉତ୍କୃଷ୍ଟ ସଂସ୍ଥା, ବିଶ୍ବବିଦ୍ୟାଳୟ, ଯାନ୍ତ୍ରିକ, କୃଷିଭିତ୍ତିକ ଓ ଚିକିତ୍ସାମୂଳକ ଅନୁଷ୍ଠାନର ବ୍ୟବହାର. ଏତଦବ୍ୟତୀତ ବିଶ୍ୱର ବିଭିନ୍ନ କ୍ଷେତ୍ରରେ ଅନୁସନ୍ଧାନ ଏବଂ ଉନ୍ନତି କାର୍ଯ୍ୟ ବହୁଳ ଭାବରେ ଅତିକ୍ରମ କରି ଚାଲିଛି ଅନୁଷ୍ଠାନ ମଧ୍ୟରେ ଏବଂ ଅନ୍ୟ ଦେଶ ସହଯୋଗ ଅନୁମୋଦନରେ. ଏହା କମ୍ପ୍ୟୁଟର ଏବଂ ତଥ୍ୟ କୈନ୍ଦ୍ରିକ ଅନୁସନ୍ଧାନ ସମସ୍ୟା ସମୂହର ବର୍ଦ୍ଧିତ କର୍ମ ପାଇଁ ଜରୁରୀ ଆରୋପରେ ପରିଣତ ହୋଇଯାଇଛି. ଏହି ନିବେଦନରେ ମୌଳିକ ଉପାଦାନ ହେଉଛି ପରାମର୍ଶ, ତଥ୍ୟ ବିଭାଜନ ଏବଂ ସମ୍ପଦ ବିଭାଜନ. ତେଣୁ ଭାରତୀୟ ଅନୁସନ୍ଧାନକାରୀଙ୍କୁ ଉଚିତ୍ ଖର୍ଚ୍ଚରେ ସାମୂହିକ ଉଦ୍ୟମରେ ସକ୍ଷମ ହେବା ପାଇଁ ସୁବିଧା ସୁଯୋଗର ସୃଜନ ପାଇଁ ଏହା ଦରକାରୀ ଅଟେ. R&D ପ୍ରଣାଳୀ ଏବଂ ତା ପରଠାରୁ ବିଶ୍ୱର ଅନ୍ୟ ଦେଶମାନଙ୍କ ଦ୍ୱାରା ଅବଲମ୍ବନୀୟ. ସେହିପରି ଭାରତ ପାଇଁ ମଧ୍ୟ ଏକ ମାଧ୍ୟମିକ ସମାଧାନ ପ୍ରଦାନ କରିପାରେ.
ଏହି ସନ୍ଦର୍ଭରେ, (ଆପାତତଃ କେତେ ହଜାର ଗ୍ରନ୍ଥି ) ଅତିକମରେ 100 Mbps. ପ୍ରାରମ୍ଭ ଗତିରେ ସବୁ ବିଶ୍ବବିଦ୍ୟାଳୟ, R&D ସଂସ୍ଥା S&T ସଂସ୍ଥା, ସ୍ୱାସ୍ଥ୍ୟ ପାଇଁ ଏକ କାର୍ଯ୍ୟଦକ୍ଷ ଓ ମୂଲ୍ୟଭିତ୍ତିକ ନେଟ୍ଓ୍ୱାର୍କ ନକସା ସମ୍ଭାବନାର ଆବିଷ୍କାର ପାଇଁ NKC ଏକ ପ୍ରକଳ୍ପ ନେଲା. ଡା.ଡି.ପି.ଏସ୍ ସେଠ୍ ଧାରଣା ଏବଂ ନିବେଦନର ଏକ ରୂପରେଖ ପ୍ରସ୍ତୁତ କରୁଛନ୍ତି ଯେଉଁଟା NKC ପାଇଁ ଏକ ବାହ୍ୟ ଦକ୍ଷତା. ଉପଯୁକ୍ତ ଆଶ୍ରୟକାରୀମାନଙ୍କ ମଧ୍ୟରେ ବର୍ତ୍ତମାନ ଏହି ବର୍ଣ୍ଣନା ବହୁଳ ଭାବରେ ପ୍ରଚାରିତ ହେଉଛି ଏବଂ ଏହି ବିଷଯ଼ରେ NKC ସୁପାରିଶକୁ ଚୂଡ଼ାନ୍ତ କରିବା ପାଇଁ ଫିଡବ୍ୟାକ୍ ଓ ପ୍ରସ୍ତାବସବୁ ସମ୍ମିଳିତ କରାଯିବ.
2. ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନେଟୱାର୍କ
ଭାରତରେ ସ୍ୱାସ୍ଥ୍ୟ ସେବା ପ୍ରଦାନ ବ୍ୟବସ୍ଥାର ସ୍ତର ସୁଧାରିବା ପାଇଁ ଏକ ବିଶ୍ୱାସଯୋଗ୍ୟ ଦ୍ରୂତଗାମୀ ନିଶ୍ଟିତ ସମୟ ମଧ୍ୟରେ କାମ କରୁଥିବା ସ୍ୱାସ୍ଥ୍ୟ ତଥ୍ୟ ସଂଗ୍ରହ ପ୍ରଣାଳୀର ଆବଶ୍ୟକତା ଅଛି. କେବଳ ଏତିକି ନୁହେଁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକର ବୃଦ୍ଧି ଯୋଗୁଁ ତଥ୍ୟ ଯୋଗାଡ଼ ଏବଂ ସେଗୁଡ଼ିକର ପ୍ରସାର ସମ୍ବନ୍ଧରେ ବହୁ ପରସ୍ପର ବିରୋଧୀ ମାନକ ରୋକିବା ଓ ଆଜିକାର ଦୁନିଆରେ ପରିପକ୍ୱ ହୋଇଥିବା ସ୍ୱାସ୍ଥ୍ୟ ଦେଖାଶୁଣା ବ୍ୟବସ୍ଥାଗୁଡ଼ିକ ଆଗରେ ପୂର୍ବରୁ ଅବସ୍ଥିତ ଅନ୍ୟ ସମସ୍ୟାଗୁଡ଼ିକର ସମାଧାନ କରିବାପାଇଁ ଏକ ସ୍ୱାସ୍ଥ୍ୟ ନେଟୱାର୍କ ନିହାତି ଆବଶ୍ୟକତା ଅଛି.
ଏକଥା ବୁଝିପାରି ରାଷ୍ଟ୍ରୀୟ ଜ୍ଞାନ ଆୟୋଗ ସ୍ୱାସ୍ଥ୍ୟ ତଥ୍ୟ ନେଟୱାର୍କର କ୍ଷେତ୍ରରେ ଗୋଟିଏ କାର୍ଯ୍ୟଦଳ ତିଆରି କରିଛନ୍ତି, ଏ କ୍ଷେତ୍ରରେ ବିଶେଷଜ୍ଞ ଦଳ ଏବେ ବିଭିନ୍ନ ପର୍ଯ୍ୟାୟରେ ବିସ୍ତାରିତ ଆଲୋଚନା କରୁଛନ୍ତି. ଇନଫରମେସନ୍ ଟେକ୍ନୋଲୋଜୀ ଏବଂ କ୍ଲିନିକାଲ୍ ମାନ ବିଷୟ ସମସ୍ୟା ଏବଂ ଜାତୀୟ ସ୍ତର ଏଇ ସମସ୍ୟା ଛଡ଼ା ୱେବ୍ ନିର୍ଭର, ନିର୍ଭୁଲ୍ ଇଲେକଟ୍ରୋନିକ୍ ସ୍ୱାସ୍ଥ୍ୟ ତଥ୍ୟ କେନ୍ଦ୍ରର କର୍ମପ୍ରଣାଳୀ ନିର୍ମାଣ ବିଷୟକ ବ୍ୟାପକ ଆଲୋଚନା କରୁଛନ୍ତି ଏହି ଦଳ. ଅଗଷ୍ଟ ୨୧, ୨୦୦୬ ମସିହାରେ ଏହି କାର୍ଯ୍ୟଦଳର ପ୍ରଥମ ଆଲୋଚନା ସଭା ଆୟୋଜିତ ହୋଇଥିଲା
|
|
|