
|
|

|
ଯାନ୍ତ୍ରିକ ଶିକ୍ଷା
୨୦୦୫ମସିହାରେ ଭାରତରେ ହାରାହାରି ୪,୧୫୦୦୦ ଇଞ୍ଜିନିୟର ପ୍ରସ୍ତୁତ କରାଗଲେ. ଏହି ସଂଖ୍ୟା ଦେଖିବାକୁ ବିରାଟ ଜଣାପଡ଼େ କିନ୍ତୁ ଆବଶ୍ୟକତା ଠାରୁ ବହୁ କମ୍ ଅଟେ. ଆସନ୍ତା ଦଶକରେ ଭାରତର ସମ୍ମୁଖରେ ଏବେ ଇଞ୍ଜିନିୟରିଙ୍ଗ୍ ସର୍ଭିସେସ୍ ଆଉଟସୋର୍ସିଙ୍ଗ୍ (ଇ.ଏସ୍.ଓ) (ESO) ରୂପରେ ଦୁଇ ମହାନ ଅବସର ଜନ୍ମ ହେବାର ଅଛି. ଏହି ଅବସରର ଅଧିକତମ ଲାଭ ଉଠେଇବା ପାଇଁ ଜରୁରୀ ଅଟେ ଯେପରିକି ଭାରତରେ ଇଞ୍ଜିନିୟରମାନଙ୍କର ସଂଖ୍ୱା ବୃଦ୍ଧି କରାଯାଉ ଏବଂ ସେମାନଙ୍କର ମଧ୍ୟ ସୁଧାର ଅଣାଯାଉ.
କିଛି ବିଶେଷଜ୍ଞ ସଂସ୍ଥାସବୁକୁ ଛାଡ଼ି ଭାରତରେ ଇଞ୍ଜିନିୟରିଙ୍ଗ୍ ଶିକ୍ଷା ଅଧିକାଂଶ ସମୟରେ ବହୁତ ପୁରୁଣା ଏବଂ ଅନୁପଯୋଗୀ ହୋଇଯାଇଛି, ଅଧିକତର ଇଞ୍ଜିନିୟରିଙ୍ଗ୍ ସ୍ନାତକଙ୍କ ପାଖରେ ବିଦ୍ୟମାନ ଅର୍ଥବ୍ୟବସ୍ଥାରେ ଅର୍ଥ ବ୍ୟବସ୍ଥାର ସ୍ପର୍ଦ୍ଧାର ମୁକାବିଲା କରିଲା ପରି କୌଶଳ ନାହିଁ ଏବଂ ଉଦ୍ଯୋଗଗୁଡ଼ିକୁ ଲଗାତର କୌଶଳର ହ୍ରାସର ସମସ୍ୟା ସହିତ ସଂଘର୍ଷ କରିବାକୁ ପଡୁଛି. ଏତିକି ନୁହେଁ ପ୍ରମୁଖ ସଂସ୍ଥାଗୁଡ଼ିକ ସହିତ ଅନ୍ୟ ସଂସ୍ଥାଗୁଡ଼ିକର ଉନ୍ନତ ଶିକ୍ଷକଗଣଙ୍କୁ ଆକର୍ଷଣ କରିବା ଏବଂ ସେମାନଙ୍କୁ ନିଜର କରି ରଖିବାରେ ସଫଳତା ମିଳିପାରୁ ନାହିଁ. ଟେକନିକାଲ୍ ଏବଂ ଇଞ୍ଜିନିୟରିଙ୍ଗ୍ ଶିକ୍ଷାର ଏହି ଅସଫଳତାର କାରଣ ଭାରତ ଆଗରେ ଏହି ଗୁରୁତ୍ବପୂର୍ଣ୍ଣ ଅବସରଗୁଡ଼ିକ ହରାଇବାର ବିପଦ ଦେଖାଦେଉଛି. ରାଷ୍ଟ୍ରୀୟ ଜ୍ଞାନ ଆୟୋଗ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ବିଚାର କରିବ :
- ପାଠ୍ୟକ୍ରମ, ଶିକ୍ଷାଦାନ, ମୂଳ ସୁବିଧା ସୁଯୋଗ, ପ୍ରଶାସନ ଏବଂ ସୁଲଭତା ସହିତ ଜଡ଼ିତ ସୀମା, ସମସ୍ୟା ଏବଂ ଆହ୍ୱାନ.
- ପ୍ରତିଭାବାନ୍ ଶିକ୍ଷକମାନଙ୍କୁ ଆକର୍ଷିତ କରିବା ଏବଂ ସସ୍ଥାଗୁଡ଼ିକରେ ତିଷ୍ଠି ରହିବା ପାଇଁ ପ୍ରୟାସ
- ଉଦଯୋଗର ସହାୟତାରେ ଅନୁସନ୍ଧାନକୁ ବହନ କରିବା ଏବଂ ତାକୁ ଚାଲୁ ରଖିବାର ଉପାୟ
- ସଂସ୍ଥାଗୁଡ଼ିକର ସ୍ୱାୟତ୍ତ ଓ ହିସାବପତ୍ର ସହିତ ଜଡ଼ିତ ବିଷୟ
ସମାଜର ବ୍ୟାପକ ସନ୍ଦର୍ଭରେ ଶିଳ୍ପବିଜ୍ଞାନ ଶିକ୍ଷା ସ୍ତରକୁ ବୃଦ୍ଧି କରିବା ଏବଂ ଉତ୍କୃଷ୍ଟତାକୁ ବଢ଼ାଇବାର ଅଭିନବ ଉପାୟ
|
|
|