ରାଷ୍ଟ୍ରୀୟ ଜ୍ଞାନ ଆୟୋଗ
ଭାରତ ସରକାର
  


ନୂଆ
ଭାରତ ଶକ୍ତି ପୋର୍ଟାଲ୍
ଭାରତ ଜଳ ପୋର୍ଟାଲର
ନୂଆ ଅନୁମୋଦନସମୂହ

  ଭାଷା
  English
  हिन्दी
  বাংলা
  മലയാളം
  অসমীয়া
  ಕನ್ನಡ
  ارد و
  தமிழ்
  नेपाली
  মণিপুরী
  ગુજરાતી
କୈନ୍ଦ୍ରିକ କ୍ଷେତ୍ରସମୂହ | ଇ-ଗଭର୍ନାନସ୍

ଇ-ଗଭର୍ନାନସ୍

ଇ-ଗଭର୍ନାନସ୍ ର ସହାୟତାରେ ସେବାଗୁଡ଼ିକୁ ଶୀଘ୍ର ପ୍ରଦାନ କରାଯାଇ ପାରିବ, ସେଗୁଡ଼ିକର ଉତ୍ପାଦନ ଓ ପ୍ରଭାବଶୀଳତାକୁ ବୃଦ୍ଧି କରାଯାଇ ପାରିବ, ସେଗୁଡ଼ିକୁ ନାଗରିକ କୈନ୍ଦ୍ରିକ କରାଯାଇ ପାରିବ, ଏବଂ ଏହା ମଧ୍ୟ ଧ୍ୟାନରେ ରଖାଯିବ ଯେପରି ସେଗୁଡ଼ିକର ଲାଭ ଉଚିତ ବ୍ୟକ୍ତିଙ୍କୁ ମିଳୁ.

ଇ-ଗଭର୍ନାନସ୍ ର ଲାଭ ଏହିଭଳି ଭାବରେ :
  • ସାର୍ବଜନୀକ ସେବାଗୁଡ଼ିକର ଦରରେ ହ୍ରାସ ଓ ପହଞ୍ଚ ତଥା ଗୁଣାତ୍ମକ ସୁଧାର.
  • ଦେବା ନେବାର ହ୍ରାସ ଓ ଦେବା ନେବାର ସମଯ଼ର ହ୍ରାସ
  • ନାଗରିକଙ୍କୁ ସଶକ୍ତ କରିବା ଓ ସରକାରୀ କାର୍ଯ୍ୟରେ ପରିଦର୍ଶିତା ବଢ଼ାଇବା
  • ପ୍ରତିକ୍ରିୟାସମୂହର ପ୍ରଣାଳୀରେ ପୁନର୍ପରିଚାଳନା କରି କାର୍ଯ୍ୟକୁଶଳତା ଓ ଉତ୍ପାନଦ ବୃଦ୍ଧି କରିବା.
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ତରରେ ବିଭିନ୍ନ ଇ-ଗଭର୍ନାନସ୍ ପ୍ରୟାସଗୁଡ଼ିକର ସମୀକ୍ଷା ଓ ଲମ୍ବା ଚର୍ଚ୍ଚା ପରେ ରାଷ୍ଟ୍ରୀୟ ଜ୍ଞାନ ଆୟୋଗ ଇ-ଗଭର୍ନାନସ୍ ର ଅଧ୍ୟୟନ କରିବା ପାଇଁ ଏକ ବିଶେଷ ଦଳର ଗଠନ କଲା. ଏହି ଦଳର ସୂଚନା ଉପରେ ଯୋଜନା ଆୟୋଗରେ ଚର୍ଚ୍ଚା କରାଗଲା. ତା ପରେ ଏହାକୁ ସଞ୍ଚାର ଓ ସୂଚନା ଟେକ୍ନୋଲୋଜୀ ମନ୍ତ୍ରୀଙ୍କ ଆଗରେ ପ୍ରସ୍ତୁତ କରାଗଲା. ତା ପରେ ପ୍ରଶାସନିକ ସୁଧାର ଆୟୋଗ ସହିତ ଅନ୍ୟ ହିତଧାରକମାନଙ୍କ ସହିତ ଅନେକ ଥର ଚର୍ଚ୍ଚା କରାଗଲା. ଏହି ଚର୍ଚ୍ଚା ସମୂହର ଆଧାର ଉପରେ ରାଷ୍ଟ୍ରୀୟ ଜ୍ଞାନ ଆୟୋଗ ଜାନୁୟାରୀ ୨୦୦୬ ରେ ଇ-ଗଭର୍ନାନସ୍ ବିଷୟରେ ନିଜର ସୁପାରିଶ ପ୍ରଧାନମନ୍ତ୍ରୀଙ୍କୁ ପଠାଇଲା ଏବଂ ମେ ୨୦୦୬ ରେ ତାକୁ ଜନତାଙ୍କ ସାମ୍ନାରେ ରଖିଲା.

ଆୟୋଗର ରିପୋର୍ଟରେ ଏହା କୁହାଗଲା ଯେ, ଇ-ଗଭର୍ନାନସ୍ ର ସଂପର୍କ କେବଳ ଇଲେକ୍ଟ୍ରୋନିକସ୍ ଓ ସୂଚନା ଟେକ୍ନୋଲୋଜୀ ଏବଂ ମୂଳ ଢାଞ୍ଚା ଦ୍ୱାରା ହୁଏ ନାହିଁ. ବରଂ ଏହି ପ୍ରଶାସନିକ ସୁଧାରଗୁଡ଼ିକୁ ସାକାର କରିବାର ଏକ ଶାନଦାର ଅବସର ଅଟେ. ଇ-ଗଭର୍ନାନସ୍ ବିଷଯ଼ରେ ଆୟୋଗର ସୁପାରିଶକୁ ପ୍ରତିକ୍ରିୟା ଓ ମାନ, ମୂଳ ଢାଞ୍ଚା ଏବଂ ସଂଗଠନ ସହିତ ଜଡ଼ିତ. ଏଥିରେ ନିମ୍ନଲିଖିତ ବିଷୟ ଉପରେ ଆଲୋକ ପ୍ରଦାନ କରାଯିବ :
  • ସର୍ବପ୍ରଥମେ ସରକାରୀ ପ୍ରତିକ୍ରିୟାଗୁଡ଼ିକରେ ପୁନର୍ପରିଚାଳନା, ଯଦ୍ୱାରା ପ୍ରଶାସନର ମୂଳ ନୀତିନିୟମକୁ ସରଳ, ପାରଦର୍ଶୀ, ସାର୍ଥକ ଓ କାର୍ଯ୍ୟକୁଶଳ ତିଆରି କରାଯାଉ.
  • ଏପରି ୧୦-୨୦ ମହତ୍ତ୍ୱପୂର୍ଣ୍ଣ ସେବାଗୁଡ଼ିକର ଚୟନ କରିବା, ଯାହା ବିପୁଳ ପରିବର୍ତ୍ତନ ଆଣିପାରିବ ସେଗୁଡ଼ିକୁ ସରଳ କରିବା ଓ ୱେବ୍ ଆଧାରିତ ସେବାଗୁଡ଼ିକ ରୂପରେ ଲୋକମାନଙ୍କୁ ଲାଭ କରାଇବା.
  • ଇ-ଗଭର୍ନାନସ୍ ପାଇଁ ଗୋଟିଏ ତୁଳନୀୟ ମାନ ଏବଂ ଗୋଟିଏ ସମାନ ଗଠନମାନ ଓ ପ୍ଲାଟଫର୍ମ ତିଆରି କରାହେବ
  • ସଂପୂର୍ଣ୍ଣ ନୂତନ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ (ଯେପରି ଭାରତ ନିର୍ମାଣ, ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟୀ ଯୋଜନା ଇତ୍ୟାଦି) ପ୍ରାରମ୍ଭ କରିବା, ସୁବ୍ୟବସ୍ଥିତ ପ୍ରଶାସନିକ ତନ୍ତ୍ର ଏବଂ ୱେବ ସମ୍ପର୍କର ଜରିଆରେ ସେଗୁଡ଼ିକ ଉପରେ ଅମଳ କରିବା.
ରାଷ୍ଟ୍ରୀୟ ସ୍ତରରେ ଇ-ଗଭର୍ନାନସ୍ ର ସଫଳତା ପାଇଁ ଏପରି ଏକ ଉପଯୁକ୍ତ କେନ୍ଦ୍ରୀୟ ସଂଗଠନ ତିଆରି କରିବା ଜରୁରୀ. ଯାହାର ବିଭିନ୍ନ ଶାଖାଗୁଡ଼ିକ ପୂର୍ଣ୍ଣ ସ୍ୱାୟତ୍ତ ଓ ଉତ୍ତରଦାୟୀ ସହିତ ମିଶନ ରୂପରେ କାମ କରିପାରିବ. ରାଷ୍ଟ୍ରୀୟ ଇ-ଗଭର୍ନାନସ୍ କାର୍ଯ୍ୟକ୍ରମକୁ ୩-୫ ବର୍ଷ ମଧ୍ୟରେ ଚାଲୁ କରିବା ପାଇଁ ସରକାରୀ ପ୍ରକ୍ରିୟାଗୁଡ଼ିକରେ ପୁନଃପରିଚାଳନା, ସ୍ୱାୟତ୍ତା, ପ୍ରସାରଣ ଉଦ୍ଦେଶ୍ୟରେ ସ୍ପଷ୍ଟତା ପ୍ରଥମରୁ ନିଶ୍ଚିତ ହାସିଲ କରାଯାଇପାରିବା ପରି ଲକ୍ଷ ତଥା ଠିକ୍ ସମୟରେ ନିଜର ରଖିବା ସହିତ ଜଡ଼ିତ ସଂଗଠନାତ୍ମକ ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ.