
|
|

|
କୃଷି
କୃଷି ଭାରତର ୬୦ ପ୍ରତିଶତ ଠାରୁ ଅଧିକ ଜନସଂଖ୍ୟା ଜୀବିକାର ମୂଳ ସାଧନ ଅଟେ. ସକଳ ଘରୁଆ ଉତ୍ପାଦ (GDP) ରେ ଏହାର ଭାଗରେ ବାରମ୍ବାର ହ୍ରାସ ସତ୍ତ୍ୱେ କୃଷି ଦେଶର ବର୍ତ୍ତମାନ ମଧ୍ୟ ସବୁଠୁ ବଡ଼ ଆର୍ଥିକ କ୍ଷେତ୍ର ଅଟେ. ବର୍ଦ୍ଧିତ ଦରର ତଳେ ରହିବା ଓ ସେଥିରେ ବାରମ୍ବାର ହ୍ରାସ-ବୃଦ୍ଧି ସହିତ ନିକଟ ଅତୀତରେ ଦେଶର ଅନେକ ଗ୍ରାମୀଣ ଅଞ୍ଚଳରେ କୃଷି ସହିତ ସଂପୃକ୍ତ ସଂକଟ ବଢ଼ିବା ନା କେବଳ ଦେଶର ଖାଦ୍ୟ ସୁରକ୍ଷା ପାଇଁ ବିପଦ୍ଦଜନକ ଅଟେ ବରଂ ପୁରା ରାଷ୍ଟ୍ରର ଆର୍ଥିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ.
ରାଷ୍ଟ୍ରୀୟ ଜ୍ଞାନ ଆୟୋଗ କୃଷି କାର୍ଯ୍ୟର ସୀମାରେ ହସ୍ତକ୍ଷେପର ଅନେକ ନିଶ୍ଚିତ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିଛି. କୃଷିରେ ଏବଂ କୃଷିରୁ ହେଉଥିବା ଆମଦାନୀ ଓ ଉତ୍ପାଦନରେ ସ୍ଥାୟୀ ରୂପରେ ବୃଦ୍ଧି ସକାଶେ ଜ୍ଞାନର ଉପଯୋଗକୁ ବୃଦ୍ଧି କରିବାର ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ଜ୍ଞାନ ଆୟୋଗ ଅଂଶୀଦାର ଓ ବିଶେଷଜ୍ଞମାନଙ୍କ ସହିତ ଅନେକ ବୈଠକଗୁଡ଼ିକରେ ବିଚାର କରିଛି. ଏହି ବୈଠକଗୁଡ଼ିକରେ ୪ ଗୋଟି କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦିଆଗଲା. ଏହି କ୍ଷେତ୍ରଗୁଡ଼ିକ ଥିଲା ଫସଲ କାଟିବା ପରେ ମୂଳ ସୁବିଧା ସୁଯୋଗ, ଜୈବିକ କୃଷି, ସମନ୍ବିତ କୀଟ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଏବଂ କୃଷିରେ ଶକ୍ତି ସଞ୍ଚାରର ପ୍ରବନ୍ଧ. ଏହି ବୈଠକଗୁଡ଼ିକରେ ହେଉଥିବା ଚର୍ଚ୍ଚାଗୁଡ଼ିକର ଆଧାର ଉପରେ ଅନେକ ସୁପାରିଶ ପ୍ରସ୍ତୁତ କରାଯାଇଛି. ରାଷ୍ଚ୍ରୀୟ ଜ୍ଞାନ ଆୟୋଗ କୃଷି ଅନୁସନ୍ଧାନ ଓ ବିସ୍ତାର ବ୍ୟବସ୍ଥାଗୁଡ଼ିକ ଉପରେ କାର୍ଯ୍ୟ ଆରମ୍ଭ କରିଦେଇଛି ଯେପରିକି ଉପଯୋଗୀ ସାମାଜିକ ଓ ବୈଜ୍ଞାନିକ ଜ୍ଞାନର ସୃଜନା ଓ ପ୍ରସାର ସକାଶେ ଆବଶ୍ୟକ ଯନ୍ତ୍ର ଗଠନର ସୀମା ପ୍ରସାରିତ ଓ ବର୍ଦ୍ଧିତ କରାଯାଇପାରିବ.
|
|
|