
|
|

|
ଉଦ୍ଭାବନାର ସର୍ବେକ୍ଷଣ
ଭାରତର ଉଦ୍ଭାବନା ଶକ୍ତି କୁ ତିବ୍ରତର କରି ତୋଳିବା ପାଇଁ ଆଉ ଭାରତ ସରକାରର ଭୁମିକା କି ପ୍ରକାର ହେଲେ ଉଦ୍ଭାବନା ଶକ୍ତିର ସକ୍ଷମତା ବୃଦ୍ଧି ହବ,ସେଟା ନିର୍ନୟ କରି ଦେଖିବା ପାଇଁ ଓ ଖସଡ଼ା ପ୍ରସ୍ତୁତକରିବା ପାଇଁ, ଭାରତିୟ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ କି ପ୍ରକାରର ଉନ୍ନୟନ ଓ ପ୍ରତିଯ଼ୋଗିତା ଗଢି ଉଠୁଛି ସେଟା ଆବିସ୍କାର କରିବା ଏନ୍.କେ.ସି.ର ମୂଳ ଲକ୍ଷ.
ଏହି ଲକ୍ଷ ହାସଲ କରିବା ପାଇଁ ଏବଂ ବିଭିନ୍ନ ବିଭାଗରୁ ପରିମାଣାତ୍ମକ ଡାଟା ଏବଂ କେସ୍ ଶିକ୍ଷା ପାଇଁ ଏନ୍.କେ.ସି. ଗୋଟିଏ ସର୍ଭେ କାର୍ଯ୍ୟ ଆରମ୍ଭ କରିଛି:
- ବୃହତ ଉଦ୍ଦ୍ଯ଼ୋଗ ଉତ୍ପାଦନ ଏବଂ କର୍ମ ସଂସ୍ଥାନ
- କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ଯୋଗ
- କୃଷି ବିଭାଗ
ନ୍ୟାସନାଲ ନଲେଜ କମିଶନ ବୃହତ ଉଦ୍ଯୋଗ ମାନଙ୍କ ପାଇଁ ସମଗ୍ର ଦେଶରେ ବ୍ୟବସାୟୀ ଅନୁଷ୍ଠାନ ଗୁଡ଼ିକର ସିଇଓ ମାନଙ୍କର ଅଭିଜ୍ଞତା ସହିତ ନୂତନତ୍ତ୍ୱ ପ୍ରବର୍ତ୍ତନ ଏବଂ ପୂର୍ବାପର ଉଦାରଶୀଳତା ନିତି ପାଇଁ ଉତ୍ତର ତଲବ କରିବାକୁ ବିଭିନ୍ନ ପ୍ରଶ୍ନାବଳୀ ପ୍ରସ୍ତୁତ କରିଛନ୍ତି.
କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ଯୋଗମାନଙ୍କ ପାଇଁ ସମାନ ଧରଣର (ତଦୃପ) ପ୍ରଶ୍ନାବଳୀ କଳ୍ପନା କରାଯାଇଛି ଉଦ୍ଯୋଗ ନିର୍ଦ୍ଦିଷ୍ଟ ଏହି ସେକ୍ଟରରେ ଥିବା ଅସୁବିଧା ମାନଙ୍କୁ ବୁଝିବା ପାଇଁ ଧାରାବାହିକ କର୍ମଶାଳାମାନ ଅନୁଷ୍ଠିତ ହୋଇଆସୁଛି. କୃଷିକ୍ଷେତ୍ରରେ ପ୍ରବୀଣ ଲୋକଙ୍କ ଦ୍ୱାରା ପରସ୍ପର ସାକ୍ଷାତକାର ଧାରାବାହିକ ଭାବେ ଅନୁଷ୍ଠିତ ହୋଇଆସୁଅଛି।
ଏହି ନୀରିକ୍ଷଣର ଫଳାଫଳକୁ ନୂଆ ଭାବରେ ଉନ୍ନତି ଓ ପ୍ରତିଯୋଗୀତାପନ୍ନ କରିବା ପାଇଁ ବ୍ୟକ୍ତିଗତ ଓ ବନ୍ଧୁତ୍ୱପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯିବ ଏବଂ ଅନୁସନ୍ଧାନ ବିବରଣୀ, ପ୍ରାସଙ୍ଗିକ ସୁପାରିଶ ସହିତ ଏକ ପତ୍ର ପ୍ରଧାନ ମନ୍ତୀଙ୍କୁ ଦିଆଯିବ.
|
|
|