
|
|

|
ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନାର ନିରୀକ୍ଷଣ
ଏନ.କେ.ସି. ରାଷ୍ଟ୍ରୀୟ ସ୍ତରରେ, ପ୍ରଯୁକ୍ତି କ୍ଷେତ୍ରରେ ଏବଂ ଇଲେକ୍ଟ୍ରନିକ ସ୍ୱାସ୍ଥ୍ୟ ପରିସେବା ସୂଚନା ନେଟୱାର୍କରେ ସ୍ୱାସ୍ଥ୍ୟ ସେବାରେ ଗୁଣବତ୍ତାକୁ ତ୍ୱରାନ୍ୱିତ କରିବାର ସମ୍ଭାବନା ସୃଷ୍ଟି କରୁଛନ୍ତି ଯାହା “ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ନିରୀକ୍ଷଣ”ର ଏକ ଅଂଶ ଅଟେ. ଭାରତରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବାର ବୃଦ୍ଧିରେ ଏକ ବିଶ୍ୱସ୍ତ. ଗତିଶୀଳ ଓ ସମୟୋପଯୋଗୀ ସ୍ୱାସ୍ଥ୍ୟ ସୂଚନା ସଂଗ୍ରହ ପ୍ରଣାଳୀ ନିହାତି ଆବଶ୍ୟକ. ସ୍ୱାଧୀନ ଭାବେ ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ପରିଷେବା କେନ୍ଦ୍ର ଗୁଡ଼ିକ ସ୍ୱାସ୍ଥ୍ୟ ସୂଚନା ସଂଗ୍ରହ କ୍ଷେତ୍ରରେ ଅସାମ୍ୟତା ସୃଷ୍ଟି କରିବା ସଂଗେ ସଂଗେ ଅନ୍ତଃ କାର୍ଯ୍ୟ କ୍ଷମତା ହ୍ରାସ କରାଇବ । ତାଦ୍ୱାରା ସ୍ୱାସ୍ଥ୍ୟ ସେବାରେ ବ୍ୟୟ ଅତ୍ୟଧିକ ବୃଦ୍ଧି ପାଇବ. ଏଥିପାଇଁ ଅନେକ ଗୁଡ଼ିଏ କ୍ଲିନିକାଲ ଓ ଆଇ.ଟି. ଷ୍ଟାଣ୍ଡାର୍ଡସ ଯଥା:- ହେଲଥ ଲେଭେଲ -7, ସିଷ୍ଟୋମାଇଜଡ୍ ନୋମେନକ୍ଲେରେ ଅଫ୍ ମେଡ଼ିସିନ କ୍ଲିନିକାଲ ଟର୍ମସ, ଡିଜିଟାଲ ଇମେଜିଂ କମୁନିକେଶନସ୍ ଇନ ମେଡ଼ିସିନ୍ ଇତ୍ୟାଦି ମଧ୍ୟ ପ୍ରାପ୍ତବ୍ୟ. ଭବିଷ୍ୟତରେ କୌଣସି ଅସୁବିଧାର ଉପୁଜିବାର ସମ୍ଭାବନାକୁ ଏଡ଼ାଇବା ପାଇଁ ଗୋଟିଏ ହେଲଥ ନେଟୱାର୍କର ଜରୁରୀ ଆବଶ୍ୟକ.
ଦେଶର ମୂଖ୍ୟ ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନଗୁଡ଼ିକ ବ୍ୟବହାର କରୁଥିବା କିମ୍ବା ଭବିଷ୍ୟତରେ ବ୍ୟବହାର କରିବାକୁ ଯାଉଥିବା କ୍ଲିନିକାଲ ଓ ଆଇ.ଟି ଷ୍ଟାଣ୍ଡାର୍ଡଗୁଜଡିକର ତଥ୍ୟ ସଂଗ୍ରହ କରିବା ଏନ୍.କେ.ସି. ପ୍ରଥମ କାର୍ଯ୍ୟଭାବେ ଗ୍ରହଣ କରିଛି. ଏ ସଂକ୍ରାନ୍ତରେ ଦେଶରେ ସମସ୍ତ ବଡ଼ବଡ଼ ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନ, ମେଡ଼ିକାଲ କଲେଜ ଏବଂ ରିସର୍ଚ ଅନୁଷ୍ଠାନଗୁଡ଼ିକୁ ନିମ୍ନଲିଖିତ ତିନୋଟି ବିଷୟରେ ସଂବାଦ ଯୋଗାଇବାକୁ ଗୋଟିଏ ଅନୁସଂଧାନାତ୍ମକ ପ୍ରଶ୍ନାବଳୀ ପଠାଯାଇଛି.:
- ହେଲଥ ଇନଫରମେସନ୍ ସଫଟ ଓଯ଼ାର ଥିବା ପ୍ରତିଷ୍ଠାନଗୁଡ଼ିକର ସଂଖ୍ୟା ଏବଂ ତାର ପ୍ରକାରଭେଦ
- ଖୁବ ସାଧାରଣଭାବେ ବ୍ୟବହୃତ ହେଉଥିବା “କ୍ଲିନିକାଲ ଏବଂ ଆଇ.ଟି ଷ୍ଟାଣ୍ଡାର୍ଡସ” ଏବଂ ପ୍ରତିଷ୍ଠାନଗୁଡ଼ିକ ସର୍ବ ଭାରତୀୟ କ୍ଷେତ୍ରରେ ଚାଲୁ କରିବାକୁ ସୁପାରିଶ କରୁଥିବା “ଷ୍ଟାଣ୍ଡାର୍ଡସ”
- ବର୍ତ୍ତମାନ ବ୍ୟବହୃତ ହେଉଥିବା “ଷ୍ଟାଣ୍ଡାର୍ଡସ”ର ଅସୁବିଧାଗୁଡ଼ିକ.
|
|
|