
|
|

|
ରାଷ୍ଟ୍ରୀୟ ଜ୍ଞାନ ଆୟୋଗ ବିଷୟରେ
ଗୋଟିଏ ଜାତୀର କ୍ଷମତା ହେଉଛି- ଧନରୂପକ ଜ୍ଞାନକୁ ସୃଷ୍ଟି କରିବା ଏବଂ ତାକୁ ବ୍ୟବହାର କରି ନିଜର ପାରଙ୍ଗମତାକୁ ନିର୍ଣ୍ଣୟ କରିବା, ମାନବ ସାମର୍ଥ୍ୟତାକୁ ବୃଦ୍ଧି କରିବା ଦ୍ବାରା ନିଜ ଦେଶର ଜନତାଙ୍କୁ ଶକ୍ତିଶାଳୀ ଏବଂ ସକ୍ଷମ କରିବା; ଇତ୍ୟାଦି ଭାରତ ଆଗାମୀ କିଛି ଦଶକ ମଧ୍ୟରେ ପୃଥିବୀର ସର୍ବବୃହତ୍ ଯୁବ ସମ୍ପ୍ରଦାୟର ଅଧିକାରୀ ହେବ. ଉନ୍ନତିର ଏହି ଉଜ୍ଜ୍ବଳ ଆଦର୍ଶ ଜ୍ଞାନକୁ ଅନୁସରଣ କରିବା ଦ୍ବାରା ଭାରତ ମାନବ କଲ୍ୟାଣ ବିକାଶ ପାଇଁ ଅଫୁରନ୍ତ ଶକ୍ତି ଯୋଗାଇବାକୁ ସକ୍ଷମ ହେବ. ଆମ ପ୍ରଧାନମନ୍ତ୍ରୀଙ୍କ ଭାଷାରେ “ବର୍ତ୍ତମାନ ସମଯ଼ ଆସିଛି ଏକ ଦ୍ୱିତୀୟ ପର୍ଯ୍ୟାୟର ଅନୁଷ୍ଠାନ ଗଠନ ଏବଂ ଶିକ୍ଷା, ଗବେଷଣା ଓ ସକ୍ଷମତା ସୃଷ୍ଟି କରିବା କ୍ଷେତ୍ରରେ ଉତ୍କୃଷ୍ଠତା ସାଧନ କରି ଏକବିଂଶ ଶତାବ୍ଦୀ ପାଇଁ ଉନ୍ନତତର ହେବାକୁ.”
ଏହି ବିଶାଳ କାର୍ଯ୍ୟ ଭାରକୁ ମନେ ରଖି ୨ ଅକ୍ଟୋବର ୨୦୦୫ ଠାରୁ ୨ ଅକ୍ଟୋବର ୨୦୦୮ ପର୍ଯ୍ୟନ୍ତ ୩ ବର୍ଷ ସମୟ ପାଇଁ ୧୩ ଜୁନ୍ ୨୦୦୫ ରେ ରାଷ୍ଟ୍ରୀୟ ଜ୍ଞାନ ଆୟୋଗ (NKC) ଗଠନ କରାଗଲା. ଭାରତର ପ୍ରଧାନମନ୍ତ୍ରୀଙ୍କର ଗୋଟିଏ ଉଚ୍ଚପର୍ଯ୍ୟାୟ ଉପଦେଷ୍ଟା ମଣ୍ଡଳୀ ଭାବେ କାର୍ଯ୍ୟ କୌଶଳତା ଏବଂ ସିଧାସଳଖ ପୁନଃ ସଂସ୍କାର ଦ୍ବାରା କେତେକ ମୂଖ୍ୟ ଏରିଆରେ ଯଥା – ଶିକ୍ଷା, ବିଜ୍ଞାନ ଏବଂ ଟେକ୍ନୋଲୋଜୀ, କୃଷି, ଶିଳ୍ପ, ଶାସନ ଇତ୍ୟାଦିରେ ଆଲୋକପାତ କରି ପଥ ନିର୍ଦ୍ଦେଶ କରିବା ପାଇଁ ରାଷ୍ଟ୍ରୀୟ ଜ୍ଞାନ ଆୟୋଗକୁ ଗୋଟିଏ ନିର୍ଦ୍ଦେଶନାମା ଦିଆଯାଇଛି. ସହଜଭାବେ ଜ୍ଞାନକୁ ଗ୍ରହଣ କରିବା, ଜ୍ଞାନର ନୂତନ ପଦ୍ଧତି ସୃଷ୍ଟି ଏବଂ ତାହାର ସୁରକ୍ଷଣ, ଜ୍ଞାନର ବିକୀର୍ଣ୍ଣକରଣ ଏବଂ ଉତ୍ତମ ଜ୍ଞାନ ଦାନର ବ୍ୟବସ୍ଥା ଆୟୋଗର ମୂଖ୍ୟ ଭାବନାର ବିଷୟ.
|
|
|